ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଂଚଳରୁ ଜଣେ ମଣିପୁରୀ ଉଗ୍ରପନ୍ଥୀକୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।
ମଣିପୁର ପିପୁଲ୍ସ ଲିବରେଶନ ଆର୍ମିର ୪୦ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କୁ ସୋମବାର ସଂଧ୍ୟାରେ ଏନ୍ଆଇଏ ଗିରଫ କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ନିଜ ପତ୍ନୀଙ୍କୁ ଦେଖା କରିବାକୁ ସେ ଆସିଥିଲା ଏବଂ ସଂଗଠନର ବର୍ହି ବିଭାଗ ଦାୟିତ୍ୱ ତୁଳାଉଥିବା ଅଧିକାରୀ ଜଣକ କହିଛନ୍ତି । ତେବେ ମାଓବାଦୀଙ୍କ ସହ ତା’ର କୌଣସି ସଂପର୍କ ଥିବା ବିଷୟରେ ଜଣାପଡ଼ି ନାହିଁ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍