Site icon Odisha.com

ଡ଼ାକ୍ତର ହେବାକୁ ଲକ୍ଷ୍ୟ: ଯୁକ୍ତଦୁଇ ବିଜ୍ଞାନ ଅଷ୍ଟମ ଟପ୍ପର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୩୦(ଓଡ଼ିଶା ଡ଼ଟ୍ କମ୍),ଭବିଷ୍ୟତରେ ଡ଼ାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଯୁକ୍ତ ଦୁଇ ବିଜ୍ଞାନରେ ୫୩୬ ନମ୍ବର ରଖି ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ଭଦ୍ରକ ଜୁନିୟର କଲେଜର ଛାତ୍ର ଶୁଭବ୍ରତ ବିଶ୍ୱାଳ ।

୯୫ ପ୍ରତିଶତ ନମ୍ବର ରଖିବି ବୋଲି ଦୃଢ଼ ନିଶ୍ଚିତ ଥିଲି କିନ୍ତୁ ୯୦ପ୍ରତିଶତ ରଖି ଅଷ୍ଟମ ସ୍ଥାନ ଅଧିକାର କରିଛି ଏବଂ ଏଥିପାଇଁ ଦିନକୁ ୮ଘଣ୍ଟାର ପରିଶ୍ରମ କରୁଥିଲି, ଚାନ୍ଦବାଲି ବ୍ଲକ ଅଧିନସ୍ଥ ମାଧପୁର ପଂଚାୟତର ମଧୁପୁର ଗ୍ରାମର ଶୁଭବ୍ରତ କହିଛନ୍ତି ।

ଏହି ସଫଳତା ପଛରେ ପିତା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଭକ୍ତବନ୍ଧୁ ବିଶ୍ୱାଳ, ମା’ ସୁରମାପ୍ରଭା ବିଶ୍ୱାଳଙ୍କ ଆର୍ଶୀବାଦ ରହିଥିବା ସେ କହିଛନ୍ତି ।

ଏହା ବ୍ୟତୀତ କଲେଜର ଅଧ୍ୟକ୍ଷ ଡ଼.ଗୌରିଶଙ୍କର ରାୟ, ପୂର୍ବତନ ଅଧ୍ୟକ୍ଷ ଡ଼. ଅଜୟ ମହାନ୍ତି ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ତାଙ୍କ ଘରୋଇ ଶିକ୍ଷକ ମାନଙ୍କ ଉଚିତ୍ ମାର୍ଗଦର୍ଶନ ଏବଂ ପ୍ରେରଣା ଏହି ସଫଳତା ଆଣି ଦେଇଛି ବୋଲି ସେ କହିଛନ୍ତି ।

କଲେଜର ପରୀକ୍ଷା ଫଳ ବିଶେଷ ଭାବେ ବିଜ୍ଞାନ ବିଭାଗରେ ସେପରି ଉତ୍ସାହଜନକ ରହି ନଥିବାବେଳେ ଚଳିତ ବର୍ଷର ଫଳାଫଳ ଅତ୍ୟନ୍ତ ସନ୍ତୋଷଜନକ ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version