ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍),ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ପୁରସ୍କାର ହାସଲ କରିଛନ୍ତି ।
ଗୁରୁବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସେଠାକାର କଲ୍ଚରାଲ ମେୟର ସୁଦର୍ଶନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ରୁଷିଆ ରେ ଦ୍ୱିତୀୟ ଏବଂ ଆୟାଲ୍ୟାଣ୍ଡ ରେ ତୃତୀୟ ପୁରସ୍କାର ହାସଲ କରିଛି ।
ଗତ ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହୋଇଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ସହରର ପ୍ରତିଯୋଗୀ ଭାଗ ନେଇଥିଲେ । ପଟ୍ଟନାୟକ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ କଳାକୃତି ତିଆରି କରିଥିଲେ ।
ସବୁବେଳେ ମୋ କଳା ଜରିଆରେ କିଛି ବାର୍ତା ଦେବାକୁ ଚେଷ୍ଟା କରିଥାଏ ଏବଂ ଏହି ପୁରସ୍କାର ପାଇ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍