ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୪(ଓଡ଼ିଶା ଡ଼ଟ୍ କମ୍) ଗତ ଫେବୃୟାରୀରେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ମଦ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜଷ୍ଟିସ ନାଇଡ଼ୁ କମିଶନ ରବିବାର ଭୁବନେଶ୍ୱର ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ପରିଦର୍ଶନ କରିଛନ୍ତି ।
କମିଶନ ଜଷ୍ଟିସ ଏ.ଏସ୍ ନାଇଡ଼ୁ ରସୁଲଗଡସ୍ଥିତ ଇଷ୍ଟର୍ଣ୍ଣ ଫାର୍ମାସ୍ୟୁଟିକାଲରେ ଘଟଣା ସମୟରେ ଜବତ ହୋଇଥିବା ଔଷଧ ଦେଖିବା ସହ ରେକର୍ଡପତ୍ର ଯାଂଚ କରିଛନ୍ତି ।
ଯାଂଚ ସମୟରେ ତାଙ୍କ ସହିତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ, ଡ୍ରଗ୍ସ କନ୍ଟ୍ରୋଲର ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉକ୍ତ ଫାର୍ମସ୍ୟୁଟିକାଲରେ ତିଆରି ହୋଇଥିବା ଇପିକାର୍ମ, ସିନାମନ ଓ ଅରେଞ୍ଜ ଜିଞ୍ଜର ଔଷଧକୁ ସିଲ୍ କରି ପରୀକ୍ଷା ପାଇଁ ପଠାଇବାକୁ କମିଶନ ନିର୍ଦ୍ଦେଶ େଇଛନ୍ତି । ପୂର୍ବରୁ ଡ୍ରଗ୍ସ କନ୍ଟ୍ରୋଲ ଦ୍ୱାରାଜବତ ପରେ ଯାଂଚ ହୋଇ·ବା ଔଷଧକୁ ଦେଖିବା ସହ ପୁଣିଥରେ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଫେବୃୟାରୀ ମାସରେ ଫାର୍ମାସ୍ୟୁଟିକାଲ ଦ୍ୱାରାପ୍ରସ୍ତୁତ ଇପିକାର୍ମ, ସିନାମନ ଔଷଧ ପିଇ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୪୫ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପରେ ଔଷଧ ପ୍ରସ୍ତୁତକାରୀ ସଂପୃକ୍ତ କମ୍ପାନୀ ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସିଲ୍ କରିିଦିଆଯିବା ସହ ଔଷଧକୁ ବଜାରରେ ବିକ୍ରି ପାଇଁ ନିଷେଧ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍