ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଜୁନ୍ ୬(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ବୁଧବାର ବାୟୁସେନା ପକ୍ଷରୁ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।
ତିନି ନମ୍ବର ଲଂଚ ପ୍ୟାଡ଼ରୁ ସକାଳ ୭ଟା ୫୭ରେ ଏହାର ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କରିବା ସହ ୨୫ କିମି ପର୍ଯ୍ୟନ୍ତ ଲକ୍ଷଭେ କରିପାରିବ ।
ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଗତ ମଇ ୨୪, ୨୬, ୨୮ ଓ ଚଳିତ ମାସ ୧ ତାରିଖରେଦୁଇଥର ସଫଳ ପରୀକ୍ଷଣ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍