ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୧(ଓଡ଼ିଶା ଡ଼ଟ୍ କମ୍) ଦ୍ୱାଶ ପଂଚ ବାର୍ଷିକ ଯୋଜନାରେ ରାଜ୍ୟରେ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ବୈଷୟିକ ତାଲିମ ଜରିଆରେ ଦଶ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ନିଷ୍ପତି ନେଇଛନ୍ତି ।
୨୦୧୨-୧୩ ଦ୍ୱାଶ ପଂଚ ବାର୍ଷିକ ଯୋଜନା ସମୟରେ ପ୍ରତିବର୍ଷ ଦୁଇ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ଏଥିପାଇଁ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ବୈଷୟିକ ତାଲିମ ଯଥା ନିର୍ମାଣ, ବସ୍ତ୍ର ତିଆରି, ଡ଼୍ରାଇଭିଂ, ସ୍ୱାସ୍ଥ୍ୟ ସେବା, ସୁରକ୍ଷା କର୍ମୀ, ଆତିଥେୟତା, ସୂଚନା ପ୍ରଯୁକ୍ତି ଏବଂ ରିଟେଲ ଆଦି କ୍ଷେତ୍ରରେ ତାଲିମ ଦିଆଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ରୋଜଗାର କ୍ଷମ କରାଯିବ ।
ସୂଚନାଯୋଗ୍ୟ, ୨୦୨୬ ସୁଦ୍ଧା ୧ କୋଟି ୩୫ ଲକ୍ଷ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିବ ବୋଲି
ଆକଳନ କରାଯାଇଛି ।
ଏହି ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ଆଇଟିଆଇ ଓ ପଲିଟେକ୍ନିକ ମାନଙ୍କର ଭିତ୍ତିଭୂମି ବିକାଶ, ବିଭିନ୍ନ ବୈଷୟିକ ଶିକ୍ଷାର ଆଧୁନିକୀକରଣ ଏବଂ ଅଧିକ ପ୍ରଶିକ୍ଷକ ନିଯୁକ୍ତି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ସେହିପରି ଚଳିତ ବର୍ଷ ଆଉ ୪୩ଟି ଆଇଟିଆଇ ଓ ପଲିଟେକ୍ନିକ୍ ସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଛି । ସେଥିମଧ୍ୟରୁ ମାଓ ପ୍ରବଣ ଗଜପତି, ସମ୍ବଲପୁର, ରାୟଗଡ଼ା, ମାଲକାନଗିରି ଓ ବେଗଡ଼ ଜିଲ୍ଲାରେ ପାଂଚଟି ଆଇଆଇଟି ପ୍ରତିଷ୍ଠା କରାଯିବ ।
ଓଡ଼ିଶା ଡ଼ଟ୍ କମ୍