ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।
ନିକଟରେ ସୁନ୍ଦରଗଡ଼, ବାଲେଶ୍ୱର, ସୋନପୁର ଏବଂ ଜଗତସିଂହପୁରରେ ଜଣେ ଲେଖାଏଁ ବ୍ୟକ୍ତି ମୃତ୍ୟୁ ହୋଇଥିବା ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।
ମଙ୍ଗଳବାର ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୪.୬ ଡ଼ିଗ୍ରୀ ସେଲସିଅସ୍ ରେକର୍ଡ଼ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୪, ସୁନ୍ଦରଗଡ଼ ୪୩.୫ ଓ ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲସିଅସ୍ ରେକର୍ଡ଼ କରାଯାଇଛି ।
ଆସନ୍ତା ଦିନେ ଦୁଇଦିନ ପର୍ଯ୍ୟନ୍ତ କେତକେ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍