ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ଦୈନିକ ଭତ୍ତାକୁ ସରକାର ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି
ଏହା ଚଳିତ ଜୁନ୍ ପହିଲାରୁ ଲାଗୁ କରାଯିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା୧୭ ହଜାର ୬୭୫ ଜଣ ଗୃହରକ୍ଷୀ ଉପକୃତ ହେବେ ଓ ଏଥିପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶ , ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଗୃହରକ୍ଷୀ ମାନଙ୍କୁ ୨୦୦ ଟଙ୍କା ଭତ୍ତା ଦିଆଯାଉଛି । ଭତ୍ତା ବୃଦ୍ଧି ଦ।ବିକରି ଗତ କିଛିଦିନ ହେଲା ଗୃହରକ୍ଷୀମାନେ ଆନ୍ଦୋଳନ ଚଳାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍