ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କୋରାପୁଟ, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳରୁ ବିଭିନ୍ନ ଅପରାଧରେ ସଂପୃକ୍ତ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ବୁଧବାର ଗିରଫ କରିଥିବା ପୋଲିସ କହିଛି ।
ସଂପୃକ୍ତ ଅଂଚଳରେ ସୁରକ୍ଷାବାହୀନୀ କୁମ୍ବିଂ ଅପରେଶନ ଚଳାଇଥିବା ସମୟରେ ଅର୍ଜୁନ ମେଲେକା ଓ ମୁସୁରି ୱାଟେକାକୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଲକ୍ଷ୍ମୀପୁର ବିଧାୟକ ଅପହରଣ ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଅଧିକ ପଚରାଉଚରା କରିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।
ଏହି ଦୁଇ ଜଣ ଦୀର୍ଘଦିନ ଧରି ସଂପୃକ୍ତ ଅଂଚଳରେ ହତ୍ୟା, ଲ୍ୟାଣ୍ଡମାଇନ ବିସ୍ଫୋରଣ, ଚାନ୍ଦା ସଂଗ୍ରହ ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଆଦି ଘଟଣାରେ ସଂପୃକ୍ତ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍