ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଶନିବାର ସରକାର ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକର ଗ୍ରୀଷ୍ମଛୁଟି ବୃଦ୍ଧି କରିଛନ୍ତି ।
ଚଳିତ ମାସ ୧୮ରେ ସ୍କୁଲ ଗୁଡ଼ିକ ଖୋଲିବାକୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ଆଉ ଛଅଦିନ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ୨୩ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ଛୁଟି ରହିବ ।
୨୪ ତାରିଖ ରବିବାର ହେଉଥିବାରୁ ୨୫ରେ ସ୍କୁଲ ଗୁଡ଼ିକ ଖୋଲିବ ଏବଂ ଏହା ଉଭୟ ସରକାରୀ, ବେସରକାରୀ ଏବଂ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡ଼ିକ ପାଇଁ ଲାଗୁ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଛନ୍ତି ।
ଏ ସଂପର୍କରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ଡ଼ଟ୍ କମ୍