ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଉରକେଲା, ଜୁନ୍ ୧୮(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ଲଙ୍ଗଳକଣ୍ଟା ଅଞ୍ଚଳରେ ସୋମବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ମାଓବାଦୀମାନେ ଅଘଟଣ ଘଟାଇବା ଯୋଜନା ସଂର୍ପକରେ ସୂଚନା ପାଇ ସକାଳେ ସିଆର୍ପିଏଫ୍, ଏସ୍ଓଜି, ଡିଭିଏଫ୍ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।
ଏହି ସମୟରେ ଏକ ମାଓ କ୍ୟାମ୍ପର ସନ୍ଧାନ ମିଳିଥିଲା ଏବଂ ମିଳିତ ବାହିନୀ ପକ୍ଷରୁ ଚଢାଉ କରାଯାଇଥିଲା । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ।
ପରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ
ସେଠାରେ ଥିବା ଏକ ମାଓ କ୍ୟାମ୍ପକୁ ପୋଲିସ ଧ୍ୱଂସ କରିଥିବା ବେଳେ ଉକ୍ତ କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର, ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍