ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ,ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ପୁରୀରେ ହେବାକୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । ମହାପ୍ରଭୁଙ୍କ ର୍ଶନ ପାଇଁ ଶେବିଶେରୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପକ୍ଷେପ ନିଆଯାଇଛି ।
ବିସ୍ଫୋରକ ୍ରବ୍ୟ ଠାବ କରିବା ପାଇଁ ଡ଼ଗ୍ ସ୍କ୍ୱାଡ, ସିସିଟିଭି କ୍ୟାମେରା, ଦୁଇ ହଜାର ହୋମଗାର୍ଡ଼, ଆତଙ୍କବାୀ ନିରୋଧ ସ୍କ୍ୱାଡ଼କୁ କାର୍ଯ୍ୟରେ ଲଗାଯିବ । ସମୁ୍ର ବେଳାଭୂମିରେ ଲୋକଙ୍କ ଭିଡ଼ ୃଷ୍ଟିରୁ ତିନି ଶହ ଲାଇଫ ଗାର୍ଡ଼ଙ୍କୁ ମୁତୟନ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ସମଗ୍ର ସହରରେ୧୦୭ ପ୍ଲାଟୁନ ଫୋର୍ସ, ପାଂଚଶହ ପୋଲିସ ଅଫିସରଙ୍କୁ ମୁତୟନ କରାଯିବା ସହ ରଥ ସୁରକ୍ଷା ପାଇଁ କମ୍ପାନୀ ର୍ୟାପିଡ ଆକ୍ସନ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । କୌଣସି ସ୍ଥାନରେ ବିସ୍ଫୋରକ ଠାବ କରାଗଲେ ଏହାକୁ ଅକାମୀ କରିବା ପାଇଁ ବିଶେଷଜ୍ଞ ଳ ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି ।
ଜାତୀୟ ରାଜପଥ େଇ ସମସ୍ତ ଗାଡ଼ି ପୁରୀକୁ ଆସିବା ପାଇଁ ଭୁବନେଶ୍ୱର-ପୁରୀକୁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ ଆସିଥିବା ଗାଡ଼ି ଗୁଡ଼ିକ କୋଣାର୍କ େଇ ଫେରିବ ବୋଲି ସେ କହିଛନ୍ତି ।
ଓଡିଶା ଡଟ୍ କମ୍