Site icon Odisha.com

ଆକ୍ରମଣରେ ବିଜେଡ଼ି ନେତା ହୁସେନ୍ ଗାନ୍ଧୀ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଉକôଳ ପ୍ରସଙ୍ଗର ସଂପାକ ତଥା ବିଜେଡ଼ି ନେତା ହୁସେନ୍ ରବି ଗାନ୍ଧୀ ଏକ କାର୍ଯ୍ୟକ୍ରମରେ ଯୋଗ ବୋକୁ ବୁଧବାର ଯାଜପୁର ଯାଇଥିବା ବେଳେ ସେ ୁର୍ବୃତଙ୍କ ଆକ୍ରମଣରେ ଆହତ ହୋଇଥିବା ପୋଲିସ କହିଛି ।
ହୁସେନ୍ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗବୋ ପାଇଁ କଟକରୁ ଏକ ଗାଡ଼ିରେ ଯାଜପୁର ରୋଡ଼ େଇ ବ୍ୟାସସରୋବର ଯିବା ବେଳେ ରାସ୍ତାରେ ତାଙ୍କୁ କିଛି ଯୁବକ ଅଟକାଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଢେଲାମାଡ଼ କରିଥିଲେ ।

ଏହି ଢେଲାମାଡ଼ରେ ଗାଡ଼ିଟି ଭାଙ୍ଗିଯିବା ପରେ ଯୁବକଙ୍କ ପଥର ମାଡ଼ରେ ହୁସେନ୍ ଆହତ ହେବାସହ ସେମାନେ ତାଙ୍କୁ ମାରଣାସ୍ତ୍ର ଖୋଇଥିଲେ । ହୁସେନ୍ଙ୍କ ବାମ ଆଖିରେ ଆଘାତ ଲାଗିଛି ।

ତେବେ ଭଙ୍ଗା ଗାଡ଼ି ନେଇ ହୁସେନ୍ ଫେରୁଥିବା ବେଳେ ସଂପୃକ୍ତ ଯୁବକମାନେ ତାଙ୍କୁ ପୁଣି ରେଳବାଇ ଗୋାମ ନିକଟରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିବା ଗାନ୍ଧୀ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଏହି ଆକ୍ରମଣ ପଛରେ କୋରେଇ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ହାତ ଥିବା କୁହାଯାଉଥିବା ବେଳେ ସେ ଘଟଣା ସଂପର୍କରେ କିଛି ଜାଣିନଥିଲେ ଏବଂ ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲେ ବୋଲି ଘଡ଼ାଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version