Site icon Odisha.com

ଜଗତସିଂହପୁର: ପୋସ୍କୋ ବିରୋଧୀଙ୍କ କଳା ଦିବସ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁନ୍ ୨୨(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପ ବୁଝାମଣାପତ୍ର ସ୍ୱାକ୍ଷର ହେବାର ସାତ ବର୍ଷ ପୂର୍ତି ଅବସରରେ ଶୁକ୍ରବାର ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି କଳା ଦିବସ ପାଳନ କରିଛି ।

ଢ଼ିଙ୍କିଆର ପାଟଣାହାଟ ପଡିଆରେ ସଂଗ୍ରାମ ସମିତି ସଭାପତି ଅଭୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବା ସଭାରେ ସିପିଆଇ କେନ୍ଦ୍ରୀୟ ନେତା ଏ.ବି.ବର୍ଦ୍ଧନ, ସାଂସ ବାସୁବେ ଆଚାର୍ଯ୍ୟ, କଂଗ୍ରେସର ରମେଶ ସ୍ୱାଇଁ, ଆର୍ଜେଡିର ହରିଶ ମହାପାତ୍ର ପ୍ରମୁଖ ଯୋଗ େଇଥିଲେ ।

ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଢ଼ିଙ୍କିଆ ଚାରିଶେରୁ ପୋସ୍କୋ ପ୍ରକଳ୍ପ ନହଟିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବବୋଲି ଉପସ୍ଥିତ ବ୍ୟକ୍ତିମାନେ ଆୟୋଜିତ ସଭାରେ ଉ୍ବୋଧନ େଇ କହିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଗୁଁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓ ହେବାକୁ ଯାଉଛି ସେଥିପାଇଁ ସଂପୃକ୍ତ ଅଂଚଳର ଲୋକମାନେ କେବେ କ୍ଷମା ଦେବେନି ବୋଲି ସେମାନେ କହିଛନ୍ତି ।

ପୋସ୍କୋ ବିରୋଧୀ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଚଳାଇଥିବା ଉ୍ୟମକୁ ନିନ୍ଦା କରିବା ସହ ପୋସ୍କୋ ବିରୋଧୀ ନେତାଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇବା ଘଟଣାକୁ ଏହି ସଭାରେ ନିନ୍ଦା କରାଯାଇଛି ।

ସଭାରେ ମୁଖ୍ୟ ଅତିଥି ଏ.ବି.ବର୍ଦ୍ଧନ, ନାରାୟଣ ରେଡ୍ଡୀ ଓ ଜୟନ୍ତ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋବିନ୍ଦପୁର ଓ ଢ଼ିଙ୍କିଆରୁ ଶତାଧିକ ପୋସ୍କୋ ବିରୋଧୀ ବିଶାଳ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଂଚିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମାଜବାୀ ପାର୍ଟି ନେତା ଅରୁଣ ଜେନା, ଲୋକ ଜନଶକ୍ତିର ପ୍ରଫୁଲ୍ଲ ସାମନ୍ତରା, ସିପିଆଇଏମ୍ଏଲ୍ର କ୍ଷିତିଶ ବିଶ୍ୱାଳ, ଏସ୍ୟୁସିଆଇ ଶମ୍ଭୁନାଥ ନାୟକ, ଆଶିଷ କାନୁନ୍ଗୋ, ଫରୱାଡ ବ୍ଲକ୍ନେତା ସନ୍ତୋଷ ମିତ୍ର, ନାରାୟଣ ରେଡ୍ଡୀ, ଜୟନ୍ତ ବିଶ୍ୱାଳ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version