Site icon Odisha.com

ହୁସେନ୍ ଗାନ୍ଧୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ନେତା ତଥା ଉକôଳ ପ୍ରସଙ୍ଗର ସଂପାକ ହୁସେନ୍ ରବି ଗାନ୍ଧୀଙ୍କୁ ଆକ୍ରମଣ ଘଟଣାରେ ଶନିବାର ଅଭିଯୁକ୍ତମାନେ ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ଯାଜପୁର ଥାନାରେ ଅଭିଯୁକ୍ତ ଅଶୋକ ରାଉତ, ନଣ୍ଡା ରାଉତ, କିଶୋରୀ ରାଉତ ଏବଂ ପାର୍ଥ ସାରଥି ନାୟକ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ବୁଧବାର ହୁସେନ୍ ଏକ ଗାଡ଼ିରେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସରୋବର ଯାଉଥିବା ବେଳେ ରାସ୍ତାରେ କେତେକ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଗାନ୍ଧୀ ଅଭିଯୋଗ କରିଥିଲେ ।

ଯୁବକଙ୍କ ଆକ୍ରମଣରେ ହୁସେନ୍ଙ୍କ ବାମ ଆଖିରେ ଆଘତ ଲାଗିଥିବା ବେଳେ ଗାଡ଼ିଟି ଭାଙ୍ଗି ଯାଇଥିଲା । ପରେ ସେ ଭଙ୍ଗା ଗାଡ଼ିରେ ଫେରୁଥିବା ବେଳେ ସଂପୃକ୍ତ ଯୁବକମାନେ ରେଳବାଇ ଗୋାମ ନିକଟରେ ତାଙ୍କୁ ପୁଣି ଅଟକାଇ ଆକ୍ରମଣ କରିବା ବେଳେ ହୁସେନ୍ଙ୍କ ସମର୍ଥକମାନେ ପହଂଚି ଯିବାରୁ ଯୁବକମାନେ ଫେରାର୍ ହୋଇଯାଇଥିଲେ ।

ହୁସେନ୍ ଏ ସଂପର୍କରେ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଘଟଣାର ଆର୍ଡ଼ିସି

ସ୍ତରୀୟ ତନ୍ତ ନିଦେ୍ର୍ଦଶ େଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version