ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କନ୍ୟାକୁମାରୀ, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ମାନ୍ଜାକୋଣାମ ସ୍ଥିତ ଏକ ଗୀର୍ଜା ଘରୁ ଅଟକ ଥିବା ଓଡ଼ିଶାର ୧୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।
ଗୀର୍ଜା ପରିସରରେ ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ଶିଶୁ ମାନଙ୍କୁ ଅଟକ ରଖିଥିବା ଅଭିଯୋଗ ହେବା ପରେ ପୋଲିସ ସେଠାରେ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଛି ।
ସେମାନଙ୍କ ମଧ୍ୟରେ ତିନିଜଣ ଝିଅ ପିଲା ଥିବା ବେଳେ ଅନାଥପିଲାଙ୍କୁ ନେଇ ଏକ ଆଶ୍ରମ ଆରମ୍ଭ କରିବାପାଇଁ ଧର୍ମ ଯାଜକ କ୍ଲାରେଟ୍ୠତ ଗତ ୧୯ତାରିଖରେ ସେମାନଙ୍କୁ ଆଣିଥିଲେ । ମେଟ୍ଟୁପାଲାୟମରେ ଚାଲିଥିବା ‘ବ୍ଲେସିଂ ଟ୍ରଷ୍ଟ୍’ରୁ ଏହି ପିଲାମାନଙ୍କୁ ଅଣାଯାଇଥିଲା ।
ଉଦ୍ଧାର ପାଇଥିବା ପିଲାଙ୍କୁ ତିରୁନେଲଭେଲି ନିକଟ ଏକ ଆଶ୍ରମରେ ରଖାଯାଇଛି ।
ଓଡ଼ିଶା ଡ଼ଟ୍ କମ୍