Site icon Odisha.com

ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ହରେକୃଷ୍ଣ ବେହେରାଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୪(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ହରେକୃଷ୍ଣ ବେହେରାଙ୍କ ରବିବାର ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ନୂଆିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା ।

ମୃତୁ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ତିନି ଝିଅ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେହେରା ଆଠ ବର୍ଷ ବୟସରୁ ଗୋଟିପୁଅ ନୃତ୍ୟ ତାଲିମ ନେବା ସହ ଓଡ଼ିଶୀ ସଂଗୀତ ଶିକ୍ଷା ଲାଭ କରିଥିଲେ ।

କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ସହ ବହୁତ ପୁରସ୍କାର ଓ ସମ୍ମାନ ସେ ହାସଲ କରିଛନ୍ତି । ୧୯୭୯ରେ ସେ ନୂଆିଲ୍ଲୀରେ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବାନ ପାଇଁ ସେ୧୯୮୧ରେ ଅଲ୍ ଇଣ୍ଡିଆ କ୍ରିଟିକ୍ ଆୱାର୍ଡ଼, ୧୯୮୩ରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଏବଂ ୨୦୦୩ରେ ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version