Site icon Odisha.com

ପୂର୍ବତନ ୱାର୍ଡ଼ ମେମ୍ବରଙ୍କୁ ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ପୂର୍ବତନ ୱାର୍ଡ଼ ମେମ୍ବରଙ୍କୁ ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ସଶସ୍ତ୍ର ମାଓବାଦୀମାନେ ଗତକାଲି ରାତିରେ ଗୁମୁଡ଼ାପୁଟ ଗ୍ରାମର ପିଡ଼ିକା ସର୍ବୋଙ୍କୁ ଘରୁ ଡ଼ାକିନେଇ ହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ହତ୍ୟା ପରେ ମାଓବାଦୀମାନେ ସର୍ବୋଙ୍କୁ ଗାଁ ମୁଣ୍ଡରେ ପକାଇ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ବେଳେ ଗ୍ରାମବାସୀମାନେ ଏହାଦେଖି ପୋଲିସକୁ ଖବର ଦେଇଥିବା ସେ କହିଛନ୍ତି ।

ସଂପୃକ୍ତ ଅଂଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ସଂପର୍କରେ ୫୫ ବର୍ଷ ବୟସ୍କ ପିଡ଼ିକା ପୋଲିସକୁ ସୂଚନା ଦେଉଥିବା ସନ୍ଦେହକରି ସେମାନେ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version