Site icon Odisha.com

ପୂର୍ବତନ ନାଏବ ସରପଞ୍ଚଙ୍କୁ ମାାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ପୂର୍ବତନ ନାଏବ ସରପଞ୍ଚଙ୍କୁ ହତ୍ୟା କରିଥିବା ଶନିବାର ପୋଲିସ କହିଛି ।

ଖଇରପୁଟ ବ୍ଲକ୍ ଠାରୁ ୨୪ କିଲୋମିଟର ଦୂର ମାଡ଼କାପର ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଗଙ୍ଗାଧର ଚାଲ୍ଲାଣଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ ଜଣ ଶଶସ୍ତ୍ର ମାଓବାଦୀ ଗଙ୍ଗାଧରଙ୍କ ଘରକୁ ଆସି ତାଙ୍କୁ ଡ଼ାକି ନେଇ ହତ୍ୟା କରିଛନ୍ତି । ଶନିବାର ସ୍ଥାନୀୟ ଲୋକେ ମୃତଦେହ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version