Site icon Odisha.com

ଛାତ୍ର ନେତାଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) ଅଜଣା ଦୁବୃତଙ୍କ ବୋମା ମାଡ଼ରେ ମୃତ୍ୟୁବରଣ କରିଥିବା କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପ ସଭାପତିଙ୍କ ହତ୍ୟା ଘଟଣାର ଗୁରୁବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ଘଟଣାସ୍ଥଳକୁ ଫରେନ୍ସିକ୍ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଚିତ୍ତରଞ୍ଜନ ସାଲେପୁର ବଜାରରୁ ତାଙ୍କ ଘର ବାଲିସାହି ଗ୍ରାମକୁ ଯାଉଥିବା ବେଳେ କେତେକ ଦୁବୃତ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ବୋମା ମାଡ଼ରେ ଗୁରୁତର ଆହତ ମହାନ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲକୁ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version