Site icon Odisha.com

କେନ୍ଦୁପତ୍ର ତୋଳାଳୀଙ୍କୁ ବୀମାଭୁକ୍ତ ପାଇଁ ବୁଝାମଣାପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କେନ୍ଦୁପତ୍ର ତୋଳାଳୀଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାର ଶୁକ୍ରବାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଭାରତୀୟ ଜୀବନ ବୀମା ନିଗମ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଥିବା ବେଳେ ଏଥିରେ ପ୍ରାୟ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ ୧୯ଟି ବନଖଣ୍ଡ ଅଧିନରେ ଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ଏହି ଅବସରରେ ଅନୁଗୁଳ ଜିଲ୍ଲାର ଏକ ହଜାର କେନ୍ଦୁପତ୍ର ତୋଳାଳୀଙ୍କୁ ଆଜି ବୀମାଭୁକ୍ତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version