Site icon Odisha.com

ଧର୍ଷଣ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁଲାଇ ୨୧(ଓଡ଼ିଶା ଡ଼ଟ୍ କମ୍) ଏକ ଧର୍ଷଣ ମାମଲାର ବିଚାର କରି ଭଦ୍ରକ ଜିଲ୍ଲା ଦୌରାଜଜ୍ ଜଣେ ଧର୍ଷଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବିଚାରପତି ମିହିର ରଞ୍ଜନ ପରିଡ଼ା ବନ୍ତ ଥାନା ଫୁଲଗଡ଼ିଆ ଗ୍ରାମର ଶିଶିରକୁ ଏହି ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ।

ଗତ ୨୦୧୦ ଡ଼ିସେମ୍ବର ୭ରେ ଫୁଳଗଡ଼ିଆ ଗ୍ରାମର ଦୁଃଶାସନ ଜେନାଙ୍କ ନାବାଳିକା କନ୍ୟା ସଉା କିଣି ଫେରୁଥିବା ସମୟରେ ଏକ ନିଛାଟିଆ ସ୍ଥାନରେ ସେହି ଗ୍ରାମର ଶିଶିର ତାଙ୍କୁ ଜୋର ଜବରଦସ୍ତ ଧର୍ଷଣ କରିଥିଲା ।

ସଂପୃକ୍ତ ନାବାଳିକାଙ୍କ ମା’ଙ୍କ ଏତଲା କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version