Site icon Odisha.com

ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇପିଏସ୍ ସ୍ତରରେ ପୁଣି ଏକ ଛୋଟଧରଣର ଅଦଳ ବଦଳ କରିଛନ୍ତି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କ୍ରାଇମବ୍ରାଞ୍ଚ ଆଇଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ଆଇଜି ଭାବେ ବଦଳି କରାଯାଇଥିବା ବେଳେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତ କରାଯାଇଛି ।

ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତ୍ୟାଗରାଜନଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ, ଗୃହରକ୍ଷୀ ଓ ଅଗ୍ନିଶମ ସେବା ଆଇଜି ଏମ୍. ଅକ୍ଷୟଙ୍କୁ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ସ୍ୱତନ୍ତ୍ର ଆରକ୍ଷୀ ବାହିନୀର ଡ଼ିଆଇଜି ଅସିତ ପାଣିଗ୍ରାହୀଙ୍କୁ ପୋଲିସ ଆଧୁନିକୀକରଣ ଡିଆଇଜି, କମିଶନରେଟ ପୋଲିସ ଏସିପି ରିତୁ ଆରୋରାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଡିଆଇଜି ଭାବେ ବଦଳି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version