ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର ବିପିଏଲ୍ ପରିବାରକୁ ୩୦ କିଗ୍ରା ଦୁଇ ଟଙ୍କିଆ ଚାଉଳ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୨ ଲକ୍ଷ ୨୭ ହଜାର ୬୧୫ ଟନ୍ ଚାଉଳ ପଠାଇଛନନ୍ତି । ବର୍ତମାନ ବିପିଏଲ ପରିବାର ଗୁଡ଼ିକ ମାସିକ ୨୫ କିଗ୍ରା ଦୁଇ ଟଙ୍କିଆ ଚାଉଳ ପାଉଛନ୍ତି ।
କେନ୍ଦ୍ରରୁ ସ୍ୱତନ୍ତ୍ର କୋଟା ମିଳିବା ପରେ ଅଗଷ୍ଟ ମାସରୁ ପରିବାର ପିଛା ଆଉ ୫ କିଗ୍ରା ଲେଖାଏଁ ଅଧିକ ଚାଉଳଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଚାଉଳ କେବଳ ବିପିଏଲ୍ ପରିବାରକୁ ଦେବାକୁ କେନ୍ଦ୍ର ସରକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏପିଏଲ୍ ପରିବାର ପାଇଁ ଅଧିକ ପରିମାଣର ଗହମ ଯୋଗାଇ ବୋକୁ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାର ଅଧିକ ପରିମାଣ ଗହମ ଯୋଗାଇ ଦେବାକୁ ରାଜି ହୋଇଛନ୍ତି ।
ବର୍ତମାନ ଏପିଏଲ୍ ପରିବାର ମାସକୁ ୧୦ କିଗ୍ରା ଲେଖାଏଁ ଗହମ ପାଉଛନ୍ତି । ଆଗାମୀଦିନରେ ବିପିଏଲ ପରିବାରକୁ ମାସିକ ୧୫ କେଜି ଓ ଏପିଏଲ୍ ପରିବାରକୁ ମାସିକ ୨୦ କେଜି ଲେଖାଏଁ ଚାଉଳ ମିଳିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଗହମ ଯୋଗାଇ ଦିଆଯିବ ।
ଓଡ଼ିଶା ଡ଼ଟ୍ କମ୍