ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଥିବା ବେଳେ ୯ଜଣ ନୂଆ ମନ୍ତ୍ରୀଙ୍କୁ ଏଥିରେ ସାମିଲ କରିଛନ୍ତି ।
ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ ଏବଂ କଳ୍ପତରୁ ଦାସଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିବା ବେଳେ ରବିନାରାୟଣ ନନ୍ଦ, ଅରୁଣ ସାହୁ, ସରୋଜିନୀ ହେମ୍ବ୍ରମ, ପ୍ରତାପ ଦେବ, ରଜନୀକାନ୍ତ ସିଂହ, ସୁବ୍ରତ ତରାଇ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇଛନ୍ତି ।
ସେହିପରି ଅର୍ଥ ଓ ଅବକାରୀ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଶାସକ ଦଳ ମୁଖ୍ୟ ସଚେତକ ଏବଂ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ଉପମୁଖ୍ୟ ସଚେତକ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍