Site icon Odisha.com

କନ୍ଧମାଳ: ରିଲିଫ୍ ଦାବିରେ ବନ୍ୟା ପୀଡ଼ିତଙ୍କ ଅଫିସ୍ ଘେରାଉ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ବନ୍ୟା ପୀଡ଼ିତ ଲୋକମାନେ ଅଧିକ ରିଲିଫ ଦାବି କରି ବୁଧବାର ତହସିଲ ଓ ବ୍ଲକ ଅଫିସ ଘେରାଉ କରିଛନ୍ତି ।

ଗତ ଦୁଇଦିନ ଧରି ପ୍ରଶାସନ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଦିଆଯାଉଥିବା ରିଲିଫ ବୁଧବାର ବନ୍ଦ କରିଦିଆଯିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବୁଧପଡ଼ା, ଓଡ଼ିଆସାହ, ବଜାର ସାହି, ତୁମୁଡ଼ିବନ୍ଧ ଅଂଚଳର ମହିଳାଙ୍କ ସମେତ ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ପହଂଚି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ଚାରିଦିନ ରିଲିଫ ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବାପରେ ଲୋକମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version