• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଆସାମ ହିଂସାକାଣ୍ଡ ବିରୋଧରେ ଗଣଧାରଣା

August 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୯ (ଓଡ଼ିଶା ଡ଼ଟ୍ କମ୍) – ଆସାମରେ ହିଂସାକାଣ୍ଡ ଓ ଦେଶର ବିଭିନ୍ନ ସ୍ଥାନରେ ତାର ପ୍ରତିକ୍ରିୟା ସ୍ୱରୂପ ଘଟିଥିବା ଘଟଣାବଳୀ ସମଗ୍ର ଦେଶ ପାଇଁ ଚିନ୍ତାଜନକ । ଏଥିରେ ଅନେକଙ୍କ ପ୍ରାଣ ଯାଇଛି, ଅନେକ ବାସହରା ଓ ଅସହାୟ ହୋଇଛନ୍ତି । ଏହି ସବୁ ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ, ଓଡିଶା ତରଫରୁ ଏକ ଗଣଧାରଣା ରବିବାରଦିନ ସ୍ଥାନୀୟ ଲୋୟର ପି.ଏମ୍.ଜି ଠାରେ ଅନୁଷ୍ଠିତ ହୋଇଛି ।

ସଂଯୋଜକ ଶ୍ରୀ ମହେଶ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣା ଅବସରରେ ଆସାମ, ମୁମ୍ବାଇ ହିଂସା ଓ ଦେଶର ବିଭିନ୍ନ ସ୍ଥାନରୁ ଉତତର-ପୂର୍ବାଂଚଳ ବାସିନ୍ଦାଙ୍କ ଭୟ କାରଣରୁ ପଳାୟନ ଉପରେ ଚିନ୍ତାପ୍ରକଟ କରାଯାଇଛି ।

ମଂଚର ମିଡିଆ ସଂଯୋଜକ ଅଶୋକ ସାହୁ ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ,ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କ ଆକ୍ରମଣ ଯୋଗୁଁ ଭାରତ ମାଟିରେ ହିଁ ଭାରତୀୟମାନେ ଶରଣାର୍ଥୀ ପାଲଟିଛନ୍ତି ।

ବେଆଇନ ଅନୁପ୍ରବେଶକାରୀଙ୍କ ଯୋଗୁଁ ଆସାମରେ କେବଳ ଯେ ଶାନ୍ତିଭଙ୍ଗ ହୋଇଛି ତାହା ନୁହେଁ ବରଂ ଅନେକ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ସୃଷ୍ଟି ହୋଇଛି । ସେହିଭଳି ଆସାମ ହିଂସାକୁ ଆଳ କରି ମୁମ୍ବାଇରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ସମଗ୍ର ଦେ ପାଇଁ ଏକ ସତର୍କଘଣ୍ଟି ।

ଦେଶ ବିରୋଧରେ ଚାଲୁଥିବା ଏଭଳି ଷଡଯନ୍ତ୍ର ତୁରନ୍ତ ବନ୍ଦ ହେଉ, ଆସାମର ଶରଣାର୍ଥୀ ଶିବିରରେ କେଉଁମାନେ ରହୁଛନ୍ତି ତାର ତଦନ୍ତ ହେଉ ବୋଲି ଦାବି କରିଛି ରାଷ୍ଟ୍ରୀୟ ସୁରକ୍ଷା ମଂଚ ।

ଆହୁରି ମଧ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି ଯେ, ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ, ଭୋଟର ତାଲିକାରୁ ସେମାନଙ୍କ ନାମ ବାଦ ଦିଆଯାଉ ଏବଂ ସେମାନଙ୍କୁ ନିଜ ଦେଶକୁ ଫେରାଇ ଦିଆଯାଉ ।

ଏଥିପାଇଁ ଏକ ଜାତୀୟ ନାଗରିକ ରେଜଷ୍ଟ୍ରାର୍ ତିିଆରି କରାଯାଉ, ଯେଉଁଥିରେ କି ପ୍ରକୃତ ଭାରତୀୟ ନାଗରିକଙ୍କ ନାମ ପଞ୍ଜୀକରଣ ହେବ ଏବଂ ଅଣନାଗରିକଙ୍କୁ ବା୍ଦ ଦିଆଯିବ ।

ସେହିଭଳି ମଂଚ ତରଫରୁ ଆସାମ, ଉତତର-ପୂର୍ବାଂଚଳ ଏବଂ ସମଗ୍ର ଦେଶର ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ଦେଶରେ ସେମାନେ ଶାନ୍ତି ଓ ସ୍ଥିରତା ବଜାୟ ରଖନ୍ତୁ ଏବଂ ହୁସିଆର ରୁହନ୍ତୁ ଯେପରିକି ଏହି ପରିସ୍ଥିତିରୁ କେହି ଫାଇଦା ଉଠାଇ ଗଣ୍ଡଗୋଳ କରିପାରିବେ ନାହିଁ ।

ଏପରିକି ଓଡିଶାରେ ଏବଂ ଦେଶର ବିଭିନ୍ନ ସ୍ଥାନରେ ପଢୁଥିବା ଆସାମ ଓ ଉତତର-ପୂର୍ବାଂଚଳର ଛାତ୍ରମାନଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।

ଏହି ଗଣଧାରଣାରେ ରାଷ୍ଟ୍ରୀୟ ସୁରକ୍ଷା ମଂଚ ତରଫରୁ ହରିହର କଂହର, ରଘୁନାଥ ପତି, ଉମାକାନ୍ତ ପଟ୍ଟନାୟକ, ଡ.ଲକ୍ଷ୍ମୀକାନ୍ତ ଦାଶ, ଗୋଲଖ ଚନ୍ଦ୍ର ଦାସ, ଅଶୋକ ସାହୁ, ସମୀର ମହାନ୍ତି, ସନ୍ଥ କୃଷ୍ଣ ଦାସ, ରବି ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାପାତ୍ର, ରବି ପଟ୍ଟନାୟକ, ପ୍ରିୟବ୍ରତ କାଳି କିଙ୍କର ଓଝା, ମୁକ୍ତିକାନ୍ତ ଷଡଙ୍ଗୀ, ବିସନ୍ତ ପଣ୍ଡା, ସୁଦିପ୍ତ ରାୟ ପ୍ରମୁଖ ଯୋଗଦେଇ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

Filed Under: ମୁଖ୍ୟ ଖବର Tagged With: ଆସାମ ହିଂସାକାଣ୍ଡ, ଗଣଧାରଣା, ରାଷ୍ଟ୍ରୀୟ ସୁରକ୍ଷା ମଂଚ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା