Site icon Odisha.com

ଅମ୍ରିତା ଦାସ ବାଲେଶ୍ୱର, ଭବାନୀ ମିଶ୍ର ବୌଦ୍ଧର ନୂଆ ଏସ୍.ପି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ଆଜି ଆଇପିଏସ୍ ଓ ଓପିଏସ୍ ଅଫିସରସ୍ତରରେ ଅଦଳବଦଳ କରାଯାଇ ବାଲେଶ୍ୱର ନୂଆ ଏସ୍.ପି ଭାବେ ଅମ୍ରିତା ଦାସ,ବୌଦ୍ଧର ନୂଆ ଏସ୍.ପି ଭାବେ ଭବାନୀଶଙ୍କର ମିଶ୍ର ଓ ଢେଙ୍କାନାଳର ନୂଆ ଏସି.ପି ଭାବେ ମନୋରଂଜନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ବରିଷ୍ଠ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ସେଲର ଆଇଜି ଭାବେ ଅବସ୍ଥାପିତ କରା ଯାଇଥିବା ବେଳେ ଦିପ୍ତେଶ ପଟ୍ଟନାୟକଙ୍କୁ ଡିଆଇଜି କମ୍ପ୍ୟୁଟର ଭାବେ ଅବସ୍ଥାପିତ କରାଯାଇଛି ।

ଦୟାଲ ଗଙ୍ଗୱାରଙ୍କୁ ଏସଏପିର ଡିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ରାଜେଶ କୁମାରଙ୍କୁ ଏସ୍.ପି.ସିକ୍ୟୁରିଟି, ଏସ.କେ ବେତତ ସିଂହଙ୍କୁ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି, ପ୍ରଫୁଲ ପାତ୍ରଙ୍କୁ ଏସ.ପି ସ୍ପେଶାଲବ୍ରାଞ୍ଚ ଓ ସଂଜୟ କୌଶଳଙ୍କୁ ଏସ୍.ପି ଭିଜିଲାନ୍ସ ଭାବେ ନିଯୁକ୍ତି ମିଳିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version