ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-କୋଇଲା ସମେତ ଅନ୍ୟ ସମସ୍ତ ଖଣିଜ ପାଥର ଆବଣ୍ଟନ ନିଲାମ ପଦ୍ଧତିରେ କରା ଯିବାକୁ ଓଡିଶା ବହୁଦିନରୁ ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଦାବିକୁ ଗ୍ରହଣକରି ନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚ୍ଚିବାଳୟଠାରେ ଗୁରୁବାର ସାମ୍ବାିକମାନଙ୍କୁ କହିଛନ୍ତି ।
ସବୁ ସମୟରେ ଏକ ସ୍ୱଚ୍ଛ ପଦ୍ଧତିରେ ଖଣିଜ ସଂପଦର ବିନିଯୋଗ କରାଯିବା ଉଚିତ । ଏଥିପାଇଁ ମୂଲ୍ୟଭିତିକ ବ୍ୟବସ୍ଥା ଲାଗୁ ଉପରେ ଓଡିଶା ଗୁରୁତ୍ୱ ଦେଇଛି । ଏହାଦ୍ୱାରା ରାଜସ୍ୱ ବଢିବା ସାଙ୍ଗକୁ ଅଧିକ ନିଯୁକ୍ତି ହୋଇ ପାରିବ ।
ପଟ୍ଟନାୟକ କୋଇଲା ଦୁର୍ନୀତିରେ ଓଡିଶା ସରକାରଙ୍କ ସଂପୃକ୍ତି ଅଭିଯୋଗକୁ ଦୃଢଭାବେ ଖଣ୍ଡନ କରିଛନ୍ତି । ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଘରୋଇ କଂପାନୀ ଗୁଡିକ ଖଣିରୁ ନେଉଥିବା ବଳକା ଲାଭ ଉପରେ ଟିକସ ବସାଇବାକୁ ଓଡିଶା ସରକାର ଦାବି କରି ଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply