Site icon Odisha.com

‘ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା’ ଶୀର୍ଷକ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍) ସୁସ୍ଥ ସମାଜ ଗଠନରେ ସାମ୍ବାଦିକମାନଙ୍କର ଭୂମିକା ଶୀର୍ଷକ ଆଲୋଚନାଚକ୍ର ନୂଆବଜାରସ୍ଥିତ ସର୍ବସାଧାରଣ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବକୁ ପ୍ରାକ୍ତନ ବିଧାୟକ ବିଷ୍ଣୁ ଚରଣ ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଆଲୋଚନା ଚକ୍ରରେ ସାମ୍ବାଦିକ ମହେଶ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଦୀପ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ।

ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଭାବେ ଜିଲାପରିଷଦର ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଜିଲା କଂଗ୍ରେସ ସଭାପତି ବଦ୍ରିନାରାୟଣ ଧଳ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଅମର ନାୟକ, ରୁଦ୍ର ନାୟକ, ରାଜେନ୍ଦ୍ର ପ୍ରସାଦ ଜେନା, ଜ୍ଞାନରଂଜନ ପାଣୀ ପ୍ରମୁଖ ଯୋଗେଇ ସାମ୍ବାଦିକକମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ ତାଙ୍କ ଲେଖନୀ ମୂନରେ ସମାଜର ନିଛକ ଛବିକୁ ପ୍ରକାଶ କରିବା ଉଚିତ୍ ବୋଲି କହିଥିଲେ ।

ଏବଂ ସେମାନେ ନିରପେକ୍ଷ ଭାବେ ସମ୍ବାଦପରିବେଷଣ କଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟର ସାମ୍ବାଦିକ ତପନ ମିଶ୍ର, ଉମାକଲ୍ୟାଣ ମହାପାତ୍ର, ଶାନ୍ତନୁ ପଣ୍ଡା, ସୌମିତ୍ର ସିକାର, ଶୈଳେନ୍ଦ୍ର ପଲାଇ, ନବ ସ୍ୱାଇଁ, ରବି ସାହୁ, ଗଜେନ୍ଦ୍ର ମହାରଣା, ବୀରେନ୍ଦ୍ର ଜେନା, ପାତଞ୍ଜଳୀକର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ନରେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version