Site icon Odisha.com

ମାଲକାନଗିରି: କମାରପାଲ୍ଲୀ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଥିଲି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ମାଲକାନଗିରି ଜିଲା ମାଥିଲି ବ୍ଲକର ଦୁର୍ଗମ ଅଂଚଳ କମାରପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରେ ଗତ ସପ୍ତାହକ ମଧ୍ୟରେ ଅଜଣା ରୋଗରେ ୫ଜଣଙ୍କର ମୃତ୍ୟୁ ଘଟିଛି ।

ମୃତ୍ୟୁର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନଥିବାବେଳେ ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟାବେଳେ କୁରୁମପାଲ୍ଲୀ ଗାଁର ଗୀତା ପୂଜାରୀ(୪୦) ରାତି ୧୧ଟା ସମୟରେ ହଠାତ ଉଠି ଯନ୍ତ୍ରଣା ଅନୁଭବ କରିଥିଲେ । ତା’ ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ସେହିପରି ବକଡାଗୁଡାର ଫୁଲମତି ସଗରିଆ (୪୫)ଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୭ତାରିଖରେ ଫୁଲମତିଙ୍କ ବଡଭଉଣୀ ରେଲକି ସଗରିଆ(୩୫)ଙ୍କ ହଠାତ ମୃତ୍ୟୁ ହୋଇଥିଲା । ନୂଆଗୁଡାର ସୁକେଇ ପଡିଆମୀଙ୍କର ଗତ ୨୬ତାରିଖ ରାତିରେ ମୃତ୍ୟୁ ଘଟିଥିବା ବେଳେ ସୋଡିଗୁଡାର ଉଙ୍ଗା ପଡିଆମୀ (୧୨)ଙ୍କର ମଧ୍ୟ ସେହିପରି ମୃତ୍ୟୁ ଘଟିଥିଲା ।

ଏପରି ମୃତ୍ୟୁକୁ ନେଇ ସମଗ୍ର ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଏହାର କାରଣ ସମ୍ପର୍କରେ ଲୋକେ ସଠିକ କହିପାରୁନାହାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version