Site icon Odisha.com

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ହାତ: କଂଗ୍ରେସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- କୋଇଲା ମହାୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷଭାବେ ଜଡିତ । କୋଇଲା ବ୍ଲକ ଆବଣ୍ଟନରେ ଓଡ଼ିଶା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତକ୍ଷ ହାତ ଥିବା ବିଷୟ ଖୋଲାଖୋଲି ଭାବେ ଜଣାପଡିଛି ।

ସେ ଯେତେ ଲୁଚାଇବାକୁ ଚେଷ୍ଟାକଲେ ମଧ୍ୟ ଲୁଚିପାରିବ ନାହିଁବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତିକୋଇଲା ବ୍ଲକ ଆବଂଟନରେ ପ୍ରତିଟି ସ୍ତରରେ ରାଜ୍ୟ ସରକାରଙ୍କ ହାତ ରହିଥିବାବେଳେ ସରକାରଙ୍କ ସ୍ୱୀକୃତିରେ ସବୁ କାର୍ଯ୍ୟ ହୋଇଛି । ୩୯ଟି ଘରୋଇ ସଂସ୍ଥାକୁ ଓଡ଼ିଶାରେ କୋଇଲା ଆବଣ୍ଟନ ହୋଇଛି ।

ଓଡ଼ିଶାର କୋଇଲା ବ୍ଲକ ଅନ୍ୟ ରାଜ୍ୟର ସଂସ୍ଥାଗୁଡ଼ିକୁ ମଧ୍ୟ ଦିଆଯାଇଛି । ସବୁ କ୍ଷେତ୍ରରେ ସ୍କି୍ରନିଂ କମିଟି ଉପସ୍ଥିତ ଥିବା ଓଡ଼ିଶା ପ୍ରଶାସକମାନେ ଆଖିବୁଜି ସମର୍ଥନ କରିଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ କୋଇଲା ଦୁର୍ନୀତିରୁ ଖସିଯିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ,ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version