ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଖୋର୍ଦ୍ଧା ,ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍),ସ୍ଥାନୀୟ ମଙ୍ଗଳା ନଗର ସ୍ଥିତ ଆନନ୍ଦ ଆଶ୍ରୟରେ ଏହାର ପ୍ରତିଷ୍ଟାତା ସ୍ୱର୍ଗତ ଦାମୋଦର ବାରିକଙ୍କର ତୈଳଚିତ୍ର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ଅନୁଷ୍ଠାନର ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ବାସୁଦେରା ତାଙ୍କ ସ୍ୱାଗତ ଭାଷଣରେ ସ୍ୱର୍ଗତ ଦାମବାବୁଙ୍କ ୧୯୯୨ ମସିହା ଠାରୁ ଦୀର୍ଘ ୧୮ ବର୍ଷର ନିଷ୍ଠାପର ଊ ଅତୁଳନୀୟ ବୋଲି ର୍ଶାଇଥିଲେ ।
ଅନୁଷ୍ଠାନର ସଂପାକ ତଥା ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ଡଃ. ଅଶୋକ କୁମାର ନନ୍ଦ ତାଙ୍କର ବିବରଣୀ ପ୍ରଦାନ କରି ଏହି ଅନୁଷ୍ଠାନ ୧୦ ଜଣ ଅନ୍ତେବାସୀଙ୍କୁ ନେଇ ବିନା ସରକାରୀ ସହାୟତାରେ ବହୁ ଦୁଃଖ କଷ୍ଟ ମଧ୍ୟରେ କିଭଳି ଚାଲିଛି ଦର୍ଶାଇ ଖୋର୍ଦ୍ଧାର ସମସ୍ତ ବୁଦ୍ଧିଜୀବିମାନେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।
ସଭାପତି ଶ୍ରୀଯୁକ୍ତ ମିଶ୍ର ତାଙ୍କ ଭାଷଣ ପ୍ରସଙ୍ଗରେ ସ୍ୱର୍ଗତ ଦାମବାବୁ ତାଙ୍କର ନିରାଡମ୍ବର ଜୀବନ ଭିତରେ ସମାଜରେ ଅବହେଳିତ ଅସହାୟ ପିଲାମାନଙ୍କପାଇଁ ଯାହାସବୁ କରିଯାଇଛନ୍ତି ତାହାସବୁ ଅଭୁଲା ସ୍ମୃତିହୋଇ ରହିଯାଇଛି ବୋଲି କହିଥିଲେ ।
ସ୍ୱର୍ଗତ ଦାମବାବୁଙ୍କୁ ବ୍ୟକ୍ତିଗତ ଭାବେ ମିଶିଥିବା ମନ ମୋହନ ରାମ, ସରୋଜ ପଟ୍ଟନାୟକ ଏବଂ ପ୍ରାଧ୍ୟାପକ ଦିଲ୍ଲିପ ଦୋରା ପ୍ରମୁଖ ତାଙ୍କ ଜୀବନର କିଛି ଘଟଣାବଳୀକୁ ଉଦ୍ଧୃତ କରି କହିଥିଲେ ।
ଅନ୍ତେବାସୀଙ୍କ ସମ୍ପୂର୍ଣ୍ଣ ଦାୟୀତ୍ୱ ତୁଲାଉଥିବା ଦିଲ୍ଲୀପ କୁମାର ଦାଶଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଭାଟି ବହୁ ଆକର୍ଷଣୀୟ ଓ ସଫଳ ହୋଇପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଐତିହାସିକ ପ୍ରାଧ୍ୟାପକ ନାରାୟଣ ରାଓ, ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ, ଡକ୍ଟର ପ୍ରଶାନ୍ତ ପାଣିଗ୍ରାହୀ, ଡ଼କ୍ଟର କୃଷ୍ଣଚନ୍ଦ୍ର ଦୋରା, ଡକ୍ଟର ପ୍ରଫୁଲ୍ଲ ପଟ୍ଟନାୟକ, ବୈକୁଣ୍ଠ ନାଥ ରାଜଗୁରୁ, ଦୟାନିଧି ରାଉତରାୟ, ପ୍ରେମାନନ୍ଦ ବାରିକ, କୁଳମଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply