Site icon Odisha.com

କୃଷି,ବୈଷୟିକ ବିଶ୍ୱବିଦ୍ୟାଳୟରେ ନୁଆ ପ୍ରାଣୀ ଚିକିତ୍ସାକେନ୍ଦ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ନୁତନ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଘାଟନ କରିଛନ୍ତି ।

ଟିଚିଙ୍ଗ ଭେଟେରିନାରି କ୍ଲିନିକାଲ କମପ୍ଲେକ୍ସ ଭାବରେ ନାମିତ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସାତ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ନୁତନ ଓ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ଗୃହପାଳିତ ତଥା ବନ୍ୟ ପ୍ରାଣୀଙ୍କର ଚିକିତ୍ସା ସହିତ ବିଭିନ୍ନ ଡାକ୍ତରୀ ପରିକ୍ଷା ମଧ୍ୟ କରାଯିବ । ଏହା ୨୪ଘଣ୍ଠା ଏବଂ ସବୁଦିନ ଖୋଲା ରହିବ ।

ଏହି ଉଘାଟନ କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡଃ ଦେବୀ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version