Site icon Odisha.com

ପୋଲିସ ଜୁଲୁମ ବିରୋଧରେ ସୋମବାର କଂଗ୍ରେସର ଓଡିଶା ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭ (ଓଡ଼ିଶା ଡ଼ଟ୍ କମ୍)–ଆସନ୍ତା ସୋମବାର ପୋଲିସର ଗୁଣ୍ଡାଗିରି, ବର୍ବର ଆକ୍ରମଣ ବିରୋଧରେ କଂଗ୍ରେସ ଓଡିଶା ବନ୍ଦର ଡାକରା ଦେଇଛି ।

ଉକ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଳ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେକୁଂ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୁରୁବାର ବିଧାନସଭା ସାମ୍ନାରେ କଂଗ୍ରେସ ଏକ ମହା ସମାବେଶ ଆୟୋଜନ କରିଥିଲା । ଏହି ସମାବେଶରେ ପୋଲିସ ଏବଂ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଶତାଧିକ ଲୋକ ଆହତ ହୋଇଥିଲେ ।

ଓଡିଶା ଡଟ୍ କମ୍

Exit mobile version