Site icon Odisha.com

ବିଦ୍ୟାଳୟ ଖାତରେ ପଡ଼ି ୨ ଶିଶୁ କନ୍ୟା ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଅନୁଗୋଳ,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)- ବଅଁରପାଳ ଥାନା ବୁଢାପଙ୍କ ପଂଚାୟତ ତେନ୍ତୁଳିହତା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ବିଦ୍ୟାଳୟ ପରିସରରେ ୫ ଫୁଟରୁ ଊର୍ଦ୍ଧ୍ଵ ଗଭୀରର ୧୧ଟି ଗାତ ଖୋଳାଯାଇଥିବା ବେଳେ ସେଥିରେ ବର୍ଷା ପାଣି ଭରି ରହିଥିଲା । ଏହି ଖାତରେ ପଡି ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି ।

ଏହି ଗାଁର ଶ୍ରୀକାନ୍ତ ଦାସଙ୍କ କନ୍ୟା ଶାଶ୍ୱତିକା ଦାସ (୪) ଓ ଜମ୍ବେଶ୍ୱର ନାଏକଙ୍କ କନ୍ୟା ମୋନାଲିସା ନାଏକ (୪) ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରେ ବିଦ୍ୟାଳୟ ପରିସରରେ ଖେଳୁଥିବା ବେଳେ ଏଥିରେ ପଡିଯାଇଥିଲେ । କିଛି ସମୟ ପରେ ଏହା ଜଣାପଡିବାରେ ଗ୍ରାମବାସୀ ପାଣି ମଧ୍ୟରୁ ଉଭୟ ଶିଶୁକନ୍ୟାଙ୍କ ମୃତହେକୁ ଉଦ୍ଧାର କରିଥିଲେ ।

ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ନେତା ମୀନକେତନ ଅମାନ୍ତ ପ୍ରମୁଖ ଅପରାହ୍ଣରେ ତେନ୍ତୁଳିଆହତା ପରିର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହି ଘଟଣା ସମଗ୍ର ଅଂଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version