Site icon Odisha.com

କନିକା ରାଜବଂଶର ସ୍ମୃତି ସନ୍ତକ ମାଟିରେ ମିଶିବ !

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଜକନିକା,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି କନିକା ରାଜବଂଶର ଐତିହ୍ୟ ରାଣୀ କୋଠି । ବନ୍ଦ କୋଠରିକୁ ଘେରି ରହିଛି ଗଛ ଲତା । ଘର ଗୁଡ଼ିକ ଅନେକଦିନ ବନ୍ଦ ରହିବାରୁ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି ।

ଦେଶ ବିଦେଶର ବହୁ ପର୍ଯ୍ୟଟକ ବର୍ଷସାରା ଏହି ରାଜପ୍ରାସାଦ ପରିଭ୍ରମଣରେ ଆସୁଛନ୍ତି ; ହେଲେ ଏଭଳି ବିପଦପୂର୍ଣ୍ଣ କୋଠି ପର୍ଯ୍ୟଟକଙ୍କୁ ନିରାଶ କରୁଛି । ଦୀର୍ଘଦିନ ହେବ ମରାମତି ହେଉନାହିଁ । ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ଦାବି ହେଉଛି । ନଚେତ ଆଉ ଅଧିକ ସମୟ ଲାଗିବ ନାହିଁ କନିକା ରାଜବଂଶର ସ୍ମୃତି ସନ୍ତକ ମାଟିରେ ମିଶିଯିବାକୁ ।

କନିକା ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜ ଦେଓ ୧୯୦୯ରେ କନିକା ରାଜପ୍ରସାଦ ନିର୍ମାଣ କରିଥିଲେ । ଏଥିରେ କନିକା ରାଣୀ ରାଜରାଜେଶ୍ୱରୀ ଏବଂ ମଞ୍ଜୁଳା ଦେବୀ ଅବସ୍ଥାନ କରୁଥିଲେ । ରାଜପ୍ରାସାଦର ମଧ୍ୟଭାଗରେ ଏହି ରାଣୀ କୋଠି ଅବସ୍ଥିତ । କନିକା ରାଜବଂଶର ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପୁଅ ଜ୍ୟୋତିନ୍ଦ୍ର ନାରାୟଣ ଭଞ୍ଜଦେବଙ୍କ ଅଂଶୀଦାରରେ ଏହି କୋଠି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version