ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦ୍ରାପଡ଼ା,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ଅଡ଼ଶପୁର ବଜାର ଠାରୁ ବାହାରିଥିବା ଓ ଦେବୀ-କନ୍ଦଳ ଦ୍ଵୀପାଞ୍ଚଳ ଦେଇ ଜଗତସିଂହପୁର ବଜାରକୁ ପଡ଼ିଥିବା ଏକ ମୁଖ୍ୟରାସ୍ତାରେ ନାହିଁ ନଥିବା ଅବସ୍ଥା ।
ଏଥିରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି । ପ୍ରତିଦିନ ଯିବା ଆସିବା କରୁଥିବା ଯାତ୍ରୀବାହୀ ବସ ଅନ୍ୟାନ୍ୟ ବହୁ ଯାନବାହନ ତଥା ସହସ୍ରାଧିକ ପଥଚାରୀ ନାନା ସମସ୍ୟା ଭୋଗୁଛନ୍ତି । ଏସଂପର୍କରେ ବହୁବାର ବିଭାଗର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଫଳ କିଛି ହେଉନାହିଁ ।
ଅଭିଯୋଗକାରୀମାନେ କହିଛନ୍ତି ଯେ ରାସ୍ତା ମରାମତି ନାମରେ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ବିପୁଳ ଅନୁଦାନ ହରିଲୁଟ ହୋଇଛି । ଯାହାକି ବିଭାଗ ଅଭିଯୋଗ ପାଇ ମଧ୍ୟ ଉଦାସୀନ ଭାବ ପୋଷଣ କରୁଛି ।
ଓଡ଼ିଶା ଡ଼ଟ୍ କମ୍