Site icon Odisha.com

କଂଗ୍ରେସ ସମାବେଶ ବଦଳାଇଲା ସରକାରଙ୍କ ନୀତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟସ୍ତରୀୟ ସମାବେଶ ପାଇଁ ରାଜନୈତିକ ଦଳ ଏବଂ ସଂଗଠନଗୁଡ଼ିକୁ ଲୋୟର ପିଏମଜିରେ ଅନୁମତି ଦିଆଯିବ ନାହିଁ ଜନତା ମଇଦାନ ଏବଂ ପ୍ରଦର୍ଶନୀ ପଡ଼ିଆ ପରି ସ୍ଥାନରେ ବଡ଼ ଧରଣର ସଭା ଓ ସମାବେଶ ପାଇଁ ଅନୁମତି ଦିଆଯିବ ।

ଉଚ୍ଚ ପ୍ରଶାସନିକ ସ୍ତରରେ ଏନେଇ ଯୋଜନା ଚୂଡ଼ାନ୍ତ କରାଯାଇଛି । ସେପ୍ଟେମ୍ବର ୬ କଂଗ୍ରେସ ସମାବେଶରେ ଅଘଟଣ ଉପରେ ତର୍ଜମା କରାଯାଇ ବଡ଼ ଧରଣର ସମାବେଶ ପାଇଁ ବିକଳ୍ପ ସ୍ଥାନ ବାଛିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଏବଂ ସଚିବାଳୟ ସମ୍ମୁଖସ୍ଥ ଲୋୟର ପିଏମଜିରେ ବଡ଼ ଧରଣର ସମାବେଶ ପାଇଁ ଅନୁମତି ନବୋକୁ ପ୍ରଶାସନିକସ୍ତରରେ ମତ ପ୍ରକାଶ ପାଇବା ପରେ ଏହି ନିଷ୍ପତି ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version