Site icon Odisha.com

ଡିଜେଲ ଦରବୃଦ୍ଧି, ରନ୍ଧନ ଗ୍ୟାସ କଟକଣାର ଓଡିଶାରେ ବିରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-କେନ୍ଦ୍ର ସରକାର ଡିଜେଲ ଦରରେ ୫ ଟଙ୍କା ବୃଦ୍ଧି ଓ ରନ୍ଧନ ଗ୍ୟାସ ଉପରେ କଟକଣା ଘୋଷଣା କରିବା ପରେ ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିପାଇଁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଡିଜେଲ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଥିରେ ସବୁ ଶ୍ରେଣୀର ଲୋକ ଓ ବିଶେଷ କରି ଗରିବ ଲୋକ ବେଶି ପ୍ରଭାବିତ ହେବେ ।

ଏହାଦ୍ୱାରା ମାଲ ପରିବହନ ଭଡା ବଢିବ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ମୁଲ୍ୟ ବଢିବ । ଏଥିପାଇଁ ଜନସାଧାରଣଙ୍କୁ ଅଧିକ ମୁଲ୍ୟ ଦେବାକୁ ପଡିବ । ଅନ୍ୟ ପକ୍ଷରେ ରାଜ୍ୟ କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ସରକାର ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ଯଦି ସେଲସଟେକ୍ସ କମାଇ ଦେବେ ତାହେଲେ ଜନସାଧାରଣଙ୍କୁ କିଛିଟା ଆସ୍ୱସ୍ତି ମିଳିବ ।

ଆଜି ରାଉରକେଲା, ସମ୍ବଲପୁର, ବରମପୁର, କଟକ, ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଭୁବନେଶ୍ୱର ରାଜମହଲ ଛକରେ ବିଜେଡି ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ସୋନିଆ ଗାନ୍ଧୀଙ୍କର କୁଶ ପୁତଳିକା ଦାହ କରିଛି ।

ଜଣେ ଗୃହିଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଏହିି ଘୋଷଣା ଯୋଗୁଁ ଆମକୁ ପରିବହନ ଖର୍ଛ ତ ଅଧିକ ଦେବାକୁ ପଡିବ ଏବଂ ତା ସଗେଂ ସଗେଂ ଆମକୁ ବହୁତ କଷ୍ଟ କରିବାକୁ ପଡିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁବାର କେନ୍ଦ୍ର ସରକାର ଡିଜେଲ ରରେ ୫ ଟଙ୍କାର ବୃଦ୍ଧି କରିଥିବାବେଳେ ପ୍ରତି ପରିବାର କେବଳ ୬ ଟି ରନ୍ଧନ ଗ୍ୟାସ ସିଲିଣ୍ଡର ବର୍ଷକ ମଧ୍ୟରେ ପାଇ ପାରିବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଗୁରୁବାର ରାତ୍ରୀ ରୁ ଲାଗୁ ହୋଇଛି ।

ଓଡିଶା ଡଟ୍ କମ୍

Exit mobile version