Site icon Odisha.com

ଅଧିବକ୍ତା ପରିଷଦର ଦୁଇିନିଆ ଜାତୀୟ କାର୍ଯ୍ୟକାରିଣୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)- ଗତ ୧୬ ଓ ୧୭ଦୁଇଦିନ ଧରି ଅଧିବକ୍ତା ପରିଷଦର ଜାତୀୟ କାର୍ଯ୍ୟକାରିଣି ସ୍ଥାନିୟ ୟୁବିଏସ୍ଏସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨ଟି ରାଜ୍ୟରୁ ପ୍ରତିନିଧିମାନେ ଅଂଶ୍ରଗହଣକରିଥିଲେ ବୋଲି ପରିଷଦର ଭୁବନେଶ୍ୱର ସଂପାଦକ ଆଇନଜୀବି ଶ୍ରୀମନ୍ତ କୁମାର ସାମନ୍ତରାୟ ପ୍ରକାଶ କରିଛନ୍ତି ।

ପରିଷଦର ରାଷ୍ଟ୍ରୀୟ ସଭାପତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପର୍ବତ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଆଇନଜୀବୀ ଅଂଶଗ୍ରହଣ କରିଥିଲେ ।

ଏଥିରେ ସଂଗଠନର ବ୍ୟବସ୍ଥା, ଆଗାମୀ ଯୋଜନା ଏବଂ ରାଷ୍ଟ୍ରର ସାଂପ୍ରତିକ ପରିସ୍ଥିତିରେ ଅଧିବକ୍ତା ପରିଷଦର ଭୂମିକା ଏବଂ କାର୍ଯ୍ୟ ସଂପାଦକରେ ଗଠନ ମୂଳକ ଆଲୋଚନା କରାଯାଇଥିଲା ।

ପରିଷଦର ରାଷ୍ଟ୍ରୀୟ ଅଧିବେଶନ ଆଗାମୀ ୨୦୧୨ ଡିସେମ୍ବର ମାସ ୨୬,୨୭ ଓ ୨୮ ତାରିଖରେ ଓଡିଶାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା । ଏଥିରେ ସମଗ୍ର ଭାରତ ବର୍ଷରୁ ଏକ ହଜାର ପାଞ୍ଚ ଶହ ଆଇନଜୀବୀ ଯୋଗଦେବେ ବୋଲି ଏଠାରେ ସ୍ଥିର କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version