Site icon Odisha.com

ଭୁବନେଶ୍ୱରରେ ଜାତିୟ ମହିଳା କମିଶନ ଟିମ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ପ୍ରଦେଶ କଂଗ୍ରେସର ସେପ୍ଟେମ୍ବର-୬ ପରିବର୍ତ୍ତନ ଆହ୍ୱାନ ସମାବେଶରେ ହୋଇଥିବା ହିଂସାକାଣ୍ଡ ମଧ୍ୟରେ ମହିଳା କନେଷ୍ଟବଳ ପ୍ରମିଳା ପାଢୀଙ୍କୁ ବର୍ବରୋଚିତ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ତରଫରୁ ଏକ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

କମିଶନ ସଦସ୍ୟା ତଥା ଓଡିଶା ଦାୟିତ୍ୱରେ ଥିବା ଡ.ଚାରୁବାଳା ଖାନ୍ନାଙ୍କ ନେତୃତ୍ୱରେ ଏହି ଟିମ୍ ପହଞ୍ଚିଛନ୍ତି । କମିଶନଙ୍କ ଏହି ଟିମ୍ ଆହତ ମହିଳା କନେଷ୍ଟବଳ,କମିଶନରେଟ ପୋଲିସ,କଂଗ୍ରେସ କାର୍ଯ୍ୟକର୍ତା ଆଦିଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଆଲୋଚନା କରିବେ ।

ତଦନ୍ତ ରିପୋର୍ଟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବୋପରେ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଓଡିଶା ସରକାରଙ୍କୁ ପ୍ରଦାନ କରାଯିବ । ଏହି ଘଟଣା ପାଇଁ କୌଣସି ରାଜନୈତିକ ଦଳକୁ ଦୋଷ ଦେଇ ହେବନି ।

ଏ ଘଟଣାରେ ସଂପୃକ୍ତ ଆସୀମୀ ମାନଙ୍କୁ ପୋଲିସ ଗିରଫ ନକରିବା ଅତି ପରିତାପର ବିଷୟ । ୧୦ଦିନ ମଧ୍ୟରେ ସେ କମିଶନରଙ୍କୁ ରିପୋଟ ପ୍ରଦାନ କରିବେ,ଏ ଘଟଣା ପାଇଁ ବିଚାର ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ଡ.ଖାନ୍ନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version