Site icon Odisha.com

ଆମେରିକାରେ ଚନ୍ଦ୍ରଭାନୁ ଶତପଥୀ ସମ୍ବର୍ଦ୍ଧିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ହଷ୍ଟନ,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)- ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନସ୍ଥିତ କାଟେ ମାସନ କ୍ରିକ କମ୍ୟୁନିଟି ସେଣ୍ଟରଠାରେ ଆୟୋଜିତ ହୋଇ ଯାଇଛି ସଦଗୁରୁ ସାଇ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ।

ଏହି ଅବସରରେ ଆମେରିକା ଓଡ଼ିଆ ସମାଜର ଆବାହକ ତପନ ପାଢ଼ୀ ଏବଂ ହଷ୍ଟନ ନିବାସୀ ସୁରଥ ରଥ ମାନବ ସମାଜ ପାଇଁ ଆଲୋକବର୍ତିକା ସାଜିଥିବାରୁ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମେ ସୁରଥ ରଥ ଗୁରୁ ବନ୍ଦନା ଗାନ କରିଥିଲେ । ଏହାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ସାଇନାଥଙ୍କ ଉପରେ ଆଧାରିତ ଭଜନ ପରିବେଷଣ କରିଥିଲେ ସର୍ବେଶ୍ୱର ରାଉତ । ହଷ୍ଟନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୋନାକ୍ଷୀ ପରିଚୟ ପ୍ରଦାନ କରିଥିଲେ ।

ଶେଷରେ ହରି ପାତ୍ର ଏବଂ ଜଗନ୍ନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା କଲଚରାଲ ସେଣ୍ଟର, ଆମେରିକା ଓଡ଼ିଆ ସମାଜର ବହୁ ସଦସ୍ୟ ଏଥିରେ ଯୋଗଦେଇ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ।

ଏହି କାଯ୍ୟକ୍ରମରେ ଯୋଗଦେଇ ଶତପଥୀ କହିଥିଲେ ଯେ ସଦଗୁରୁଙ୍କ ନିକଟରେ ସମସ୍ତ ଧର୍ମ, ସମସ୍ତ ମାନବ ଓ ସଂସ୍କୃତି ସମାହିତ କାରଣ ସେ ସ୍ୱୟଂ ହେଉଛନ୍ତି ଏସବୁର ସମାହାର । ସେ ହେଉଛନ୍ତି ବାସ୍ତବ ବା ଚିରନ୍ତନ ସତ୍ୟର ଆଧାର ।

ନିଜ ଚତୁଃପାଶ୍ୱର୍ରେ ଥିବା ସମସ୍ତ ବସ୍ତୁକୁ ସେମାନେ ଏକ ରୂପ ଭାବରେ ବା ସମାନ ଦୃଷ୍ଟିରେ ଦେଖି ସେହି ଅନୁସାରେ କାର୍ଯ୍ୟ କରିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version