Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ସହିତ ନାଲକୋ ସମନ୍ୱୟ ସମିତି ପ୍ରତିନିଧିଙ୍କ ଆଲୋଚନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) – ଅନୁଗୁଳ, ଦାମନଯୋଡି ଏବଂ ଭୁବନେଶ୍ୱରସ୍ଥ ନାଲକୋର ବିଭିନ୍ନ କର୍ମଚାରୀ ସଂଘ ସମନ୍ୱୟ ସମିତିର ସଦସ୍ୟ ମାନେ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିଷ୍ପତି ସଂପର୍କରେ ଆଲୋଚନା କରିଥିଲେ ।

ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନୀତିର ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନାଲକୋ ନୀତିର ମୁଖ୍ୟମନ୍ତ୍ରୀ ବିରୋଧ କରିଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନାଲକୋର ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସାକ୍ଷାତ ସମୟରେ ଇଷ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ରଜନୀକାନ୍ତ ସିଂହ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦ ଉପସ୍ଥିତ ଥିଲେ ।

ଓଡିଶା ଡଟ୍କମ

Exit mobile version