ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ଓଡିଶାର ନଡିଆ ମଣିଷ ଭାବେ ପରିଚିତ କେଶବ ସ୍ୱାଇଁଙ୍କ ରେକର୍ଡ ବୁକରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡିହୋଇ ଯାଇଛି ।
ସ୍ଥାନୀୟ ଉତ୍କଳ ମଣ୍ଡପରେ ସ୍ପୋର୍ଟସ ଆଣ୍ଡ ୟୁଥ ଆଫେୟାରସ, ଓଡିଶା ସହଯୋଗରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ କେଶବ ପଡଇ ଭାଙ୍ଗିଥିଲେ । ସେ ମୁଣ୍ଡରେ ଏକ ମିନଟରେ ୧୮ ଟି ହଳଦିଆ ପଇଡ ଭାଙ୍ଗିଛନ୍ତି ।
କହୁଣୀରେ ପଇଡ ଭାଙ୍ଗି ଲିମକା, ଗିନିଜ ବକୁସରେ ନାମ ସ୍ଥାନିତ କରିଥିବା କେଶବ ପୁଣି ମୁଣ୍ଡରେ ପଇଡ ଭାଙ୍ଗି ଇଣ୍ଡିିଆ ବୁକସ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛନ୍ତି ।
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ କେଶବଙ୍କୁ ଏକ ମିନିଟରେ ୩୫ଟି ପଇଡ ଭାଙ୍ଗିବାକୁ ଥିବାବେଳେ ଏସିଆ ବୁକ ଅଫ ରେକର୍ଡସ ପାଇଁ ୪୫ଟି ପଇଡ ଭାଙ୍ଗିବାକୁ ଥିଲା । ହେଲେ କେଶବ ଏକ ମିନିଟରେ ୧୮ଟି ପଇଡ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ।
ଉଭୟ ରେକର୍ଡ ବୁକସର କ୍ରାଇଟେରିଆ କେଶବ ପୂରଣ କରିପାରିନଥିଲେ ମଧ୍ୟ ଏଣ୍ଡିଆରେ ମୁଣ୍ଡରେ ପଇଡ ଭାଙ୍ଗିବାରେ ସେ ପ୍ରଥମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଇଣ୍ଡିଆ ବୁକ ଅଫ ରେକର୍ଡ ହଜରେ ହାସଲ କରିପାରିଛନ୍ତି ବୋଲି ଏଣ୍ଡିଆ ବୁକ ଅଫ ରେକର୍ଡସ ପ୍ରତିନଧି ଅଙ୍କତା ସୂଚନା ଦେଇଛନ୍ତି ।
ଓଡିଶା ଡଟ୍ କମ୍
Leave a Reply