Site icon Odisha.com

ତୃତୀୟ ଜାତୀୟ ଅର୍ଥନୈତିକ କନ୍କ୍ଲେଭ ଅନୁଷ୍ଠିତ

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ଗତ ୨୯ ତାରିଖ ଦିନ କିଟ୍ ସ୍କୁଲ ଅଫ୍ ମ୍ୟାନେଜମେନଟ୍ ପକ୍ଷରୁ ତୃତୀୟ ଜାତୀୟ ଅର୍ଥନୈତିକ କନ୍କ୍ଲେଭରେ ଅନୁଷ୍ଠିତ ହୋଇ ଯାଇଛି ।

 

 

 

 

 

 

 

 

 

 

ଏହି କାର୍ଯ୍ୟକ୍ରମରେ ଏଚ୍ଡିଏଫ୍ସି ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଆଦିତ୍ୟପୁରୀ ମୁଖ୍ୟବକ୍ତାରୂପେ ଯୋଗଦେଇ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ସମଷ୍ଟିଗତ ବିକାଶ ଲୋଡା ବୋଲି ମତବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସେ କଳିଂଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ(କିସ୍)କୁ ସମଷ୍ଠିଗତ ବିକାଶର ଏକ ଜ୍ୱଳନ୍ତ ଉଦାହରଣ ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଶ୍ୱର ଆର୍ଥକ ମାନ୍ଦାବସ୍ଥା,ଅର୍ଥନୀତିର ବିଭିନ୍ନ ଦିଗ ତଥା ଭାରତରେ ଆର୍ଥିକ ଦୁରବସ୍ଥାର ମୂଳ କାରଣ ସଂର୍ପକରେ ଶ୍ରୀ ପୁରୀ ଆଲୋଚନା କରିଥିଲେ ।

କନ୍କ୍ଲେଭରେ ବ୍ଲାକଷ୍ଟୋନ ଫଣ୍ଡ,ପି.ଇ ଗ୍ରୁପ୍ର ନିର୍ଦ୍ଦେଶକ ଗୌତମ ଚକ୍ରବି,ଏମ୍ ଆଣ୍ଡ ଏ ଟାକ୍ସ,ଡେଲୋଇଟ୍ ହାସ୍କିନ୍ରି ମୁଖ୍ୟ ବିପୁଳ ଜାଭେରୀ,କେ.ପି.ଏମ୍.ଜିର ନିର୍ବାହୀ ନିର୍ଦ୍ଦେଶକ ନରେଶ ମାଖିଜାନୀ ଓ ଏସ୍ବିଆଇ ପେନ୍ସନ ଫଣ୍ଡର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ମହାନ୍ତିଙ୍କ ଭଳି ବିଶିଷ୍ଟ କର୍ପୋରେଟ୍ ମୁଖ୍ୟମାନେ ଯୋଗଦେଇ କନ୍କ୍ଲେଭର ଶୀର୍ଷକ ମିଟିଂ ଦି ନିଉ ଚ୍ୟାଲେଞ୍ଜସ୍ ଇନ୍ ଇଣ୍ଡିଆଜ୍ ଫିନାନ୍ସିଆଲ ମାର୍କେଟସ ଉପରେ ଆଲୋଚନା କରିଥିଲେ ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ପୁରୀ ଏବଂ ଅନ୍ୟ ଅତିଥିଙ୍କୁ ସ୍ୱାଗତକରି ମ୍ୟାନେଜ୍ମେ ଶିକ୍ଷା କ୍ଷେତ୍ରରେ କିଟ୍ର ଏକ ସ୍ୱତନ୍ତ୍ର ଭୂମିକା ରହିଥିବା ଦଶାଇଥିଲେ । କିଟ୍ ସ୍କୁଲ ଅଫ୍ ମ୍ୟାନେଜମେ ର ଡିନ୍ ଅଶୋକ ସର କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version