Site icon Odisha.com

ରନ୍ଧନ ଗ୍ୟାସ୍ କଟକଣା, ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଧାରଣା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯ (ଓଡିଶା ଡଟ୍ କମ୍)-ବିଜୁ ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ଉପା ସରକାରଙ୍କ ଦ୍ୱାରାରନ୍ଧନ ଗ୍ୟାସ୍ର କଟକଣା ଓ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରସ୍ଥ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି ।

ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇ କହିଥିଲେ ଯେ, ରନ୍ଧନ ଗ୍ୟାସ୍ର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନତା ଓ ଗୃହିିଣୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବ ।

ଏହା ଦ୍ୱାରାସାଧାରଣ ଜନତା, ଖଟିଖିଆ, ଗରୀବ ତଥା ନିମ୍ନମଧ୍ୟବିତ ପରିବାର ବର୍ଗ ବିଶେଷଭାବରେ ପ୍ରଭାବିତ ହେବେ ଓ ଏହା ବୋଝ ଉପରେ ନଳିତା ବିଡା ସଦୃଶ ।

କେନ୍ଦ୍ର ସରକାର ନିଜକୁ ଆମ୍ ଆଦମୀର ସରକାର କହି ଡିଣ୍ଡିମ ପିଟୁଥିବାବେଳେ ଏହା କେଉଁପରି ଭାବରେ ସେହି ସାଧାରଣ ଜନତାର ହିତରେ ସହାୟକ ହେବ, ତାହା ଆଜି ସାଧାରଣ ଜନତାର ପ୍ରଶ୍ନ ।

ରାଜ୍ୟ ବିଜୁ ମହିଳା ଜନତା ଦଳ କେନ୍ଦ୍ର କଂଗ୍ରେସ ସରକାରଂକର ଏତାଦୃଶ ଜନବିରୋଧି, ଅଗଣତାନ୍ତ୍ରୀକ, ସ୍ୱେଚ୍ଛାଚାର ଓ ଅହେତୁକ ଦରବୃଦ୍ଧି ନିଷ୍ପତିକୁ ଦୃଢ ନିନ୍ଦା କରିଛି ।

କେନ୍ଦ୍ର ଉପା ସରକାରଂକର ଏଭଳି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାର ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି ।

ଯଦି କେନ୍ଦ୍ର ସରକାର ଏଭଳି ଜନବିରୋଧି ନିଷ୍ପତିରୁ ବିରତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ ଆନ୍ଦୋଳନ ଜାରି ରହିବ ବୋଲି ମଲ୍ଲିକ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version