Site icon Odisha.com

କଲେଜରେ ବୋମା ବୋମାମାଡ ପରେ ଉତେଜନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)–ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ କ୍ୟାପିଟାଲ ଲ’ କଲେଜ କ୍ୟାମ୍ପସରେ ବୋମାମାଡ ହୋଇଛି । ଏହା ପରେ ସେ ଉତେଜନା ଲାଗିରହିଛି ।

୧୯୮୨ରୁ ପ୍ରତିଷ୍ଠିତ ହୋଇଥିବା ଭୁବନେଶ୍ୱରର କ୍ୟାପିଟାଲ ଲ’ କଲେଜରେ ଏହି ବୋମାମାଡ ପ୍ରଥମ ଘଟଣା ।

ଆଜି ସକାଳ ୯ଟା ୧୫ ମିନିଟରେ ହୋଇଥିବା ଏହି ବିସ୍ପୋରଣରେ କେହି କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି । ଗୋଟିଏ ବୋମା କଲେଜ ବଗିଚାରେ ଫୁଟିଥିବା ବେଳେ ଆଉ ୩ଟି ବୋମା ଶ୍ରେଣୀଗୃହ ନିକଟରେ ବିସ୍ପୋରଣ ହୋଇଥିଲା । କେତେକ ଦୁର୍ବତ ବାଇକରେ ଆସି କ୍ୟାଂପସକୁ ଆସି ୪ଟି ବୋମା ଫିଙ୍ଗି ପଳାଇ ଯାଇଥିଲେ ।

ନିର୍ବାଚନକୁ ଆଖିଆଗରେ ରଖି ଏହି ଭଳି କାଣ୍ଡ ସୃଷ୍ଟି କରାଯାଇଛି ବୋଲି ଛାତ୍ରମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କଲେଜ ଅଧ୍ୟକ୍ଷା ନନ୍ଦିନୀ ମିଶ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାପରେ ପୋଲିସ ଛାନଭିନ୍ କରିଛି । ପୋଲିସ ଓ ଅନୁସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସୁରକ୍ଷା ବଳୟରେ ପୁରା କଲେଜ ରହିଛି ।

ଓଡିଶା ଡଟ୍ କମ୍

Exit mobile version