Site icon Odisha.com

ଫୁଲବାଣୀ: ଲମ୍ବୋଦର କହଁର ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଅନ୍ୟ ଜିଲ୍ଲାରୁ ଆସିଥିବା କେତେକ ଆବେଦନକାରୀଙ୍କ ଉପରେ ମଙ୍ଗଳବାର ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର କଦୁଇ ସମାଜ ସମନ୍ୱୟ ସମିତି ଆବାହକ ଲମ୍ବୋଦର କହଁରଙ୍କୁ ଗିରଫ ଗିରଫ କରିଥିବା କହିଛି ।

ସ୍ଥାନୀୟ ଅଦାଲତରେ କହଁରଙ୍କର ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ କୁ ପଠାଇଦିଆଯାଇଥିବା ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ପିଲାଙ୍କୁ ଚାକିରୀ ମିଳୁନଥିବା ଅଭିଯୋଗ କରି କୁଇସମାଜର କର୍ମକର୍ତ୍ତାମାନେ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ କରିବାର ସୁଯୋଗ ଦେଇନଥିଲେ ।

ଏହାର କର୍ମକର୍ତ୍ତାମାନେ କେତେକ ଆବେଦନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦେଖାଯାଇଥିଲା । ଏପରିକି ଜଣେ ଆବେଦନକାରୀଙ୍କୁ କହଁର ଏକ ବାଡ଼ିରେ ପିଟୁଥିବାର ଦୃଶ୍ୟ କେତେକ ଟିଭି ଚ୍ୟାନେଲ ପ୍ରଦର୍ଶିତ କରିଥିଲେ ।

କେତେକ ଆବେଦନକାରୀଙ୍କ ଅଭିଯୋଗ ପରେ ଏହି ଘଟଣାରେ ପୋଲିସ ତିନୋଟି ମାମଲା ରୁଜୁ କରିଥିଲା ।ଗିରଫ ହେବାପରେ କଦୁଇ ସମାଜ ସମନ୍ୱୟ ସମିତି ଆବାହକ ଲମ୍ବୋଦର କହଁର କହିଛନ୍ତି ତାଙ୍କୁ ଅନ୍ୟାୟ ଭାବରେ ଗିରଫ କରା ଯାଇଛି । ତାଙ୍କ ନାମରେ ମିଥ୍ୟାମାମଲା ରୁଜୁ କରା ଯାଇଛି ।

ସେ ଯାହା କରିଛନ୍ତି ସମଗ୍ର କନ୍ଧମାଳବାସୀ ପାଇଁ କରିଛନ୍ତି । ତାଙ୍କ ଗିରଫରେ ଯଦି ଜିଲାବାସୀ ଉପକୃତ ହୁଅନ୍ତି ତେବେ ସେ ଏ ଗିରଫକୁ ସ୍ୱାଗତ କରିବେ । ଜିଲ୍ଲାବାସୀ ଉପକୃତ ପାଇଁ ସେ ବାରମ୍ବାର ଗିରଫହେଲେ ମଧ୍ୟ ତାଙ୍କ ମନରେ ଦୁଃଖନାହିଁ ।

ଓଡିଶା ଡଟ୍ କମ୍

Exit mobile version