Site icon Odisha.com

ଲମ୍ବୋଦର କହଁରଙ୍କ ଗିରଫ ପ୍ରତିବାଦରେ ଫୁଲବାଣୀ ବନ୍ଦ ଶାନ୍ତିପୂର୍ଣ୍ଣ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-କୁଇନେତା ଲମ୍ବୋଦର କହଁରଙ୍କ ଗିରଫ ପ୍ରତିବାଦରେ ତାଙ୍କର ସମର୍ଥକମାନେ ଶୁକ୍ରବାର ଦେଇଥିବା ଫୁଲବାଣୀ ବନ୍ଦ ଡାକରା ଆଂଶିକ ସଫଳ ହୋଇଥିଲେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ବନ୍ଦର ପ୍ରଭାବରେ ଦୋକାନବଜାର ସମେତ କିଚି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥିସହିତ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ବନ୍ଦର ପ୍ରଭାବ ଫୁଲବାଣୀ ସମେତ ଟିକାବାଲି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ବନ୍ଦଯୋଗୁଁ ସହରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ଥିବାବେଳେ ସରରକାରୀ କାର୍ଯ୍ୟାଳୟ ଗୁଡିକ ସ୍ୱାଭାବିକ ଖୋଲା ରହିଥିଲା ।

ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରା ଯାଇଥିଲା ।

ଏହି ବନ୍ଦକୁ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଠିକ୍ ନୁହେଁ ବୋଲି କହିଛନ୍ତି । ଏହି ବନ୍ଦ ଯୋଗୁଁ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ସୂଚନା ଯୋଗ୍ୟ ଶିକ୍ଷା ସହାୟକ ପାର୍ଥୀଙ୍କୁ ବିଚ ରାସ୍ତାରେ ମାଡମାରି ଆକ୍ରମଣ କରିବା ଓ ସେମାନଙ୍କ ସାର୍ଟିଫିକେଟ ଚିରିବା ଘଟଣାରେ ଗତକାଲି ରାତିରେ ଫୁଲବାଣୀ ଟାଉନ ଥାନା ପୋଲିସ ଦୁଇ ସମାଜ ସମନ୍ୱୟ ସମିତି ଆବାହକ ଲମ୍ବୋଦର କହଁରଙ୍କୁ ଗିରଫ ଜେଲେକୁ ପଠାଇଦେଇ ଥିଲେ ।

ଏହି ଘଟଣାରେ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜୁଛି । ଘଟଣାସ୍ଥଳର ଭିଡିଓ ଚିତ୍ରକୁ ତନ୍ନତନ୍ନକରି ପୋଲିସ ଦେଖି ଅନ୍ୟ ଅଭି ଯୁକ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ତାଲିକା ସହ ଠିକଣା ସଂଗ୍ରହ କରୁଛି । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ଓଡିଶା ଡଟ୍ କମ୍

Exit mobile version